ଟିକେଟ୍ ପାଇଁ ଧସ୍ତାଧସ୍ତି, ମହିଳାଙ୍କ ଉପରେ ଲାଠିଚାର୍ଜ

କଟକ : ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି ହୋଇଛି । ଆଜି ସକାଳୁ ଟିକେଟ୍ କିଣିବା ପାଇଁ କାଉଣ୍ଟରରେ ଲମ୍ବା ଲାଇନ୍ ଲାଗିଥିଲା । ତେବେ ଲାଇନରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା କାଉଣ୍ଟର ଲାଇନରେ ଠେଲାପେଲା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଥିଲା । ଭିଡ ନିୟନ୍ତ୍ରଣ ପାଇଁ ମହିଳାଙ୍କ ଉପରେ ପୋଲିସ୍ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି ।

କହିରଖୁ ଯେ, ଅଫଲାଇନରେ ୧୨ହଜାର୯୩ ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି କରାଯାଉଛି  । ସେଥିମଧ୍ୟରୁ ୧୩୬୨ ଦାମି ଟିକେଟ୍ ଏବଂ ୧୦ହଜାର ୭୩୧ ଗ୍ୟାଲେରୀ ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ଜଣାଇଛନ୍ତି  । ଯେକୌଣସି ପରିଚୟ ପତ୍ର ଦେଖାଇ ଜଣେ ଦୁଇଟି ଟିକେଟ୍ କିଣିପାରିବେ  ।ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ  । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯାଇଛି  । ଜୁନ୍ ୧୨ରେ ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ    ।

ଟିକେଟ୍ ବିକ୍ରି ପାଇଁ ଆସିଥିବା ତିନୋଟି ଷ୍ଟିଲ୍ ବିଲ୍ଡିଂ ମଧ୍ୟରୁ  ହର୍ଷ ଗେଟ ପାଖରେ ଉଚ୍ଚÿ ଦରରେ ଟିକେଟ୍ ବିକ୍ରି କରାଯିବ  । ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ, ନିୟୁ ପାଭିଲିୟନ୍ ଟିକେଟ୍ ଏଠାରେ ମିଳିବ  । କର୍ପୋରେଟ୍ ବକ୍ସର ଟିକେଟ୍ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି ।

Comments are closed.