ଦୁର୍ଗମ ଅଞ୍ଚଳ ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ମାଲକାନଗିରି(ଅପୂର୍ଵ ଥଣ୍ଡର) : କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ପାହାଡିଆ ଅଞ୍ଚଳ ଟିକରପଡା ଗ୍ରାମରେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତ୍ଵରେ ଏକ ଦଳ ଦୀର୍ଘ ଦୁଇ କିଲୋମିଟର ପାହାଡିଆ ଓ ଘାଟିରାସ୍ତା ଅତିକ୍ରମ କରି ଟିକରପଡା ଗ୍ରାମରେ ପହଞ୍ଚିଥିଲେ । ନିଜ ଗ୍ରାମରେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ଦେଖି ଗ୍ରାମବାସୀ ଖୁସିହେବା ସହ ସ୍ଥାନୀୟ ବିଦ୍ୟାଳୟ ଗୃହକୁ ପାଛଟି ନେଇଥିଲେ, ଯେଉଁଠି ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା । ପାଖାପାଖି ୬୦ ଜଣ ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଥିବା ବେଳେ,ସେଥି ମଧ୍ୟରୁ ଛଅ ଜଣ ମ୍ୟାଲେରିଆ ଜ୍ଶରରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା ଓ ଆଉ ଛଅ ଜଣଙ୍କର କଫ ପରୀକ୍ଷା ନିମନ୍ତେ କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ଚିକିତ୍ସା ଅଧିକାରୀ କହିଥିଲେ । ଏହି ଶିବିରରେ ରୋଗୀ ମାନଙ୍କୁ ଫୁଟା ପାଣି ଓ ମଶାରିର ବ୍ୟବହାର କରିବା ସହ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ବଝାଇଛନ୍ତି । ଏହି ଶିବିରରେ ଲୋକମାନେ ବିନା ଦେୟରେ ଔଷଧ ପାଇଥିବା ଜଣା ପଡ଼ିଛି । ଟିକରପଡା ଭଳି ଏକ ଦୁର୍ଗମ ଅଞ୍ଚଳକୁ ଯାଇ ଗରିବ ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରେଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଡକ୍ଟର ସନ୍ତୋଷ କୁମାର ଷଡଙ୍ଗୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । 
Comments are closed.