ଚଳନ୍ତା ଟ୍ରେନରୁ ଖସି ଟ୍ରେନ ମ୍ୟାନେଜର(ଗାର୍ଡ) ମୃତ
ଜଟଣୀ(ସଞ୍ଜୀବ କୁମାର) : ସ୍ଥାନୀୟ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଲୋକ କଲୋନୀରେ ରହୁଥିବା ଟ୍ରେନ ମ୍ୟାନେଜର (ଗାର୍ଡ) ଶ୍ରୀ ବି ମୁରଲୀ ଚଳନ୍ତା ଟ୍ରେନରୁ ଖସିପଡ଼ି ମୃତ୍ୟୁ ବରଣ କରିଛନ୍ତି। ଖବର ନେବାରେ ଜଣାପଡ଼ିଛି ଗାର୍ଡ ଶ୍ରୀ ମୁରଲୀ ଗତ ମାସ ରେ ଝାଡ଼ଖଣ୍ଡ ରାଜ୍ୟର ଷଢେ଼ଇକଳା, ଖରସୁଆଁ ଜିଲ୍ଲା ଅନ୍ତର୍ଗତ ଜୋନାଲ ଟ୍ରେନିଙ୍ଗ ସ୍କୁଲ ସିନି ଠାରେ ଟ୍ରେନିଙ୍ଗ ନିମନ୍ତେ ଯାଇଥିଲେ। ଗତକାଲି ଟ୍ରେନିଙ୍ଗ ସାରି ରାତି ପ୍ରାୟ ସାଢେ ଦଶଟା ବେଳେ ଗାଡ଼ି ସଂଖ୍ୟା ୧୮୪୭୮ ଉତ୍କଳ ଏକ୍ସପ୍ରେସ ଯୋଗେ ନିଜ ବାସ ସ୍ଥାନ ଖୋର୍ଦ୍ଧା ରୋଡ଼ ପାଇଁ ଗାଡ଼ିରେ ଚଡ଼ିବା ସମୟରେ ଭାରସାମ୍ୟ ହରାଇ ରେଳଧାରଣା ଭିତରେ ପଶିଯାଇ ପେଟ ପାଖରୁ ଦୁଇଗଡ ହୋଇଯିବାରୁ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା | ସେ ଜଣେ କର୍ତ୍ତବ୍ୟନିଷ୍ଟ ବ୍ୟକ୍ତି ଭାବେ ଜଣାଶୁଣା । ତାଙ୍କର ମୃତ୍ୟୁରେ ଶ୍ରମିକ କଂଗ୍ରେସ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ ଓ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଆସନ୍ତାକାଲି ସକାଳେ 18478 ଉତ୍କଳ ଏକ୍ସପ୍ରେସ ରେ ଖୋର୍ଦ୍ଧା ରୋଡ଼ ପହଞ୍ଚି ଲୋକୋ କଲୋନି ବାସଭବନକୁ ନିଆଯାଇ ଜଟଣୀରେ ଅନ୍ତିମ ସତ୍କାର କରାଯିବାର ସୂଚନା ରହିଛି
Comments are closed.