ନକଲି ମଦ କାରଖାନା ଠାବ ,ବିପୁଳ ପରିମାଣରେ ନକଲି ମଦ ଓ ମଦ ସାମଗ୍ରୀ ଜବତ

ରଣପୁର(ଚିରଞ୍ଜିବି ଦାଶ) : ଆଜି ନୟାଗଡ ଜ଼ିଲ୍ଲା ରଣପୁର ଅବକାରୀ ଥାନା ଅନ୍ତର୍ଗତ ପିମ୍ପଲ ଓ କେନ୍ଦୁପଲ୍ଲୀ ଅଂଚଳରେ ରଣପୁର ଅବକାରୀ ବିଭାଗ, ରଣପୁର ପୋଲିସ ଏବଂ ନୟାଗଡ ମୋବାଇଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଏକ ନକଲି ମଦ ତିଆରି କାରଖାନା ଠାବ କରି 300 ଲିଟର ସ୍ପିରିଟ,10ଲିଟର କାରାମେଲ,2500 ଲେବର,2000ଠିପି ଏବଂ 400 ନକଲି ବିଦେଶ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦୁପଲ୍ଲୀ ଗ୍ରାମର ପ୍ରସନ୍ନ ପରିଡା l ସେ ଦୀର୍ଘଦିନ ହେବେ ନକଲି ମଦ କାରଖାନା ଚଳାଉଥିବା ବେଳେ ଜ଼ିଲ୍ଲାର ବିଭିନ୍ନ ସ୍ଥାନକୁ ନକଲି ବିଦେଶୀ ମଦ ପଠାଉଥିଲା l ପ୍ରସନ୍ନ ନାମରେ ପୂର୍ବରୁ ଜ଼ିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି l

Comments are closed.