ପୁଣି ଯୁକ୍ରେନ ଉପରେ ଋଷର ମିଶାଇଲ ମାଡ
କିଭ୍ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଗତ କିଛିଦିନ ହେବ ଚୁପ୍ ରହିଥିବା ରୁଷିଆ ରବିବାର ପୁଣି ୟୁକ୍ରେନ ରାଜଧାନୀ କିଭ୍ ଉପରକୁ ମିଶାଇଲ୍ ମାଡ କରିଛି। କିଭ୍ ମେୟର ଏହି ସୂଚନା ଦେଇଛନ୍ତି। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। କିନ୍ତୁ ଏହି ଆକ୍ରମଣ କିଭ୍ରେ ଶାନ୍ତିର ଆଶାକୁ ଭାଙ୍ଗି ଦେଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏପ୍ରିଲ ୨୮ କିଭ୍ ଗସ୍ତ ପରଠାରୁ ଏଭଳି ଆକ୍ରମଣ ଦେଖାଯାଇ ନ ଥିଲା। କିଭ୍ ମେୟର ଭିଟାଲୀ ଭିଟାଲୀ କ୍ଲିଚ୍କୋ ମେସେଜିଂ ଆପ ଟେଲିଗ୍ରାମରେ କହିଛନ୍ତି, ଏହି ମିଶାଇଲ୍ ସହରର ଡର୍ନିଟସ୍କି ଏବଂ ଡନିପ୍ରୋଭସ୍କି ଜିଲାରେ ପଡିଛି।
ସୂଚନାଯୋଗ୍ୟ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ହେବାର ୧୦୦ ଦିନ ବିତିଗଲାଣି। ଏହି ଯୁଦ୍ଧରେ ୟୁକ୍ରେନ୍ର ଅନେକ କ୍ଷୟକ୍ଷତି ହୋଇଛି। ଅନେକ ସହର ଧ୍ୱଂସ ହୋଇଯାଇଛି।
Comments are closed.