ନୟାଗଡ ପୋଲିସର ଚଢ଼ାଉ, ଦୁଇଟି ବାଇକ 8ଟି ବୋମା ସହ 2 ଗିରଫ
ରଣପୁର(ଚିରଞ୍ଜିବି ଦାଶ) : ନୟାଗଡ ପୋଲିସକୁ ମିଳିଛି ବଡ଼ ସଫଳତା l ନୟାଗଡ ରେଲୱେ ଷ୍ଟେସନ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ନୟାଗଡ ଟାଉନ ଥାନା ପୋଲିସ ଚଢ଼ାଉ କରି 2 ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ଠାରୁ 2ଟି ବାଇକ ଏବଂ 8ଟି ଜୀବନ୍ତ ବୋମା ଜବତ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ଅନ୍ତର୍ଗତ ପତିଗଡ଼ ଅଞ୍ଚଳର ହିମାଂଶୁ ସେଠି ଏବଂ ଚିରଞ୍ଜିବି ସେଠି l ଏମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l
Comments are closed.