କେତେ ଉପକାରି ଡାଳିମ୍ବ ଜାଣନ୍ତୁ
ପୋଷକ ତତ୍ତ୍ୱରେ ଭରପୁର ଡାଳିମ୍ବର ଉପକାରିତା ସଂପର୍କରେ ଆମ ସମସ୍ତଙ୍କୁ ତ ଜଣା ହେଲେ, ଆପଣ କ’ଣ ତା’ର ଚୋପାର ଫାଇଦା ବିଷୟରେ ଜାଣନ୍ତି ? ଯଦି ଜାଣିବେ , ତେବେ କେବେ ବି ତାର ଚୋପାକୁୁ ଫିଙ୍ଗିବେ ନାହିଁ । ଏବେ ଆସନ୍ତୁ ଜାଣିବା ଡାଳିମ୍ବର ଚୋପା ଆମର କି ଉପକାର କରିଥାଏ । ଡାଳିମ୍ବ ଚୋପାରେ ଫଳ ଠାରୁ ମଧ୍ୟ ଅଧିକ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟସ ରହିଛି । ଏହି ହୃଦ୍ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇପାରେ ବୋଲି କୁହାଯାଏ । ଡାଳିମ୍ବ ଚୋପାରେ ଯେତିକି ଭିଟାମିନ୍ ଅଛି ସମାନ ପରିମାଣରେ ଭିଟାମିନ୍ ଏହାର ଦାନାରେ ରହିଛି । ଏଣୁ ଆପଣ ଡାଳିମ୍ବ ଚୋପାକୁ ନ ଫୋପାଡ଼ି ସେଥିରେ ଚା’ ତିଆରି କରି ପିଅନ୍ତୁ । ଏଥିରୁ ଲାଭ ମିଳିବ ।
ଡାଳିମ୍ବ ଚୋପା ସୂର୍ଯ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହା ଆପଣଙ୍କ ଚର୍ମକୁ କ୍ଷତିକାରକ UVA କିରଣରୁ ରକ୍ଷା କରନ୍ତି ଏହାଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା କମିଯାଏ । ଏହାର ଚୋପା କୁ ବ୍ୟବହାର କଲେ ସନ ଟ୍ୟାନ ବା (କଳାପ୍ୟାଚ)କୁ ମଧ୍ୟ ଅପସାରଣ କରିଥାଏ । ଏଥିପାଇଁ ଡାଳିମ୍ବ ଚୋପା କୁ ଶୁଖାଇ ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଏହା ର ଶୁଖିଲା ପାଉଡର କୁ ଆପଣଙ୍କର ଲୋସନ କିମ୍ବା କ୍ରିମ୍ ସହିତ ମିଶାନ୍ତୁ ଏବଂ ଘରୁ ବାହାରିବାର ୨୦ ମିନିଟ୍ ପୂର୍ବରୁ ଏହାକୁ ଲଗାନ୍ତୁ ।
Comments are closed.