ଶହେ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ

ଋଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ହୋଇଯାଇଛି । ୟକ୍ରେନର ନାଟୋ ସଦସ୍ୟତାକୁ ନେଇ ଋଷ ଏପରି ଉତ୍ୟକ୍ତ ହୋଇଥିଲା ଯେ ଯୁଦ୍ଧ ଡାକରା ଦେଇଥିଲା । ପରିଣାମତଃ ଫେବୃଆରୀ ୨୪ ତାରିଖ ଠାରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ । ଥରେ ଦୁଇ ଥର ନୁହେଁ ୟୁକ୍ରେନକୁ ମାଟିିରେ ମିଶାଇବା ଯାଏଁଁ ବାରମ୍ବାର ଆକ୍ରମଣ କରିଥିଲା । ତଥାପି ହାର ମାନିନାହାଁନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି । ବରଂ ନିଜ ଦେଶ ମାଟିରେ ଏବେବି ନିଜକୁ ଦୃଢ କରିରଖିଛନ୍ତି ।

କେବଳ ଏତିକି ନୁହେଁ ଯୁଦ୍ଧକୁ ୧୦୦ ଦିନ ପୁରିଥିବାବେଳେ ଜେଲେନସ୍କି ଏକ ହୃଦୟବିଦାରକ ତଥ୍ୟ ପ୍ରକାଶ କରିଛନ୍ତି । ‘ଋଷ ସେନା ୟୁକ୍ରେନର ୨ଲକ୍ଷରୁ ଅଧିକ ଶିଶୁଙ୍କୁ ଅପହରଣ କରିନେଇଛନ୍ତି । ଏହା ହେଉଛି ଋଷର ଯୁଦ୍ଧ ଷଡଯନ୍ତ୍ର । କାରଣ ଏପରି କରି ଋଷ ଶିଶୁ ମାନଙ୍କୁ କେବଳ ଅପହରଣ କରିନାହିଁ ବରଂ ସେମାନଙ୍କୁ ନେଇ ଏପରି ପ୍ରଶିକ୍ଷଣ ଦେବ ଯଦ୍ୱାରା ସେମାନେ ନିଜ ଦେଶକୁ ହିଁ ଭୁଲିଯିବେ , ଭବିଷ୍ୟତରେ ଆଉ ଫେରିପାରିବେ ନାହିଁ । ଏହା ଋଷର ଏକ ଅପରାଧିକ ଷଡଯନ୍ତ୍ର’ ବୋଲି ଜେଲେନସ୍କି କହିଛନ୍ତି ।

Comments are closed.