କାଲି ଉତ୍ତରପ୍ରଦେଶ ଯିବେ ମୋଦି
ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୩ ଅର୍ଥାତ୍ ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମୋଦି ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ। ଏହାପରେ ଦ୍ୱିପ୍ରହର ୧ଟା ୪୫ରେ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କାନପୁର ଗ୍ରାମାଞ୍ଚଳର ପାରୁଁଖ ଗ୍ରାମକୁ ଯିବେ। ସେଠାରୁ ସେ କୋବିନ୍ଦଙ୍କ ସହ ପାଥରୀ ମା’ ମନ୍ଦିରର ଦର୍ଶନ କରିବେ ବୋଲି ଜଣାପଡ଼ିଛି। ଏହାପରେ ଦିନ ୩ଟାରେ ମୋଦି ୟୁପି ଇନ୍ଭେସ୍ଟର୍ସ ସମିଟର ତୃତୀୟ ଗ୍ରାଉଣ୍ଡ ବ୍ରେକିଂ ସେରୀମନିରେ ସାମିଲ ହେବେ। ଗୁରୁବାର ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯିବା ସହ ରାଜଧାନୀ ଲକ୍ଷ୍ନୌ ନବବଧୂ ଭଳି ସଜେଇ ହୋଇଛି।
Comments are closed.