ଏଣିକି କେନାଲ, ପୋଖରୀ, ଡ୍ୟାମ୍, ବନ୍ଧର ହେବ ଜିଓ ଟ୍ୟାଗିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ କେନାଲ, ପୋଖରୀ, ଡ୍ୟାମ୍, କେଉଁ ପ୍ରକାରର କେନାଲ , ବନ୍ଧ, ରାସ୍ତା, ବ୍ରିଜ୍, କଲଭର୍ଟ ଆଦିର ଜିଓ ଟ୍ୟାଗିଂ ହେବ । ଜୁନ୍ ୧ରୁ ଏନେଇ ଜିଓ ଟ୍ୟାଗିଂ ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ଏହାର ସମସ୍ତ ତଥ୍ୟ ‘ଓଡିଶା ଜଳ ସମ୍ପଦ’ ୱେବ ପୋର୍ଟାଲରେ ଅପଲୋଡ ହେବ । ଏହି ପୋର୍ଟାଲ ଅଗଷ୍ଟ ୧୫ରେ ଲୋକାର୍ପିତ ହେବ । ଏହି ପୋର୍ଟାଲକୁ ସରକାରୀ ଅଧିକାରୀ ଓ ସାଧାରଣ ଲୋକ ଯେକୌଣସି ପୋଖରୀ, କେନାଲ, ଡ୍ୟାମ୍, ବନ୍ଧ, ବ୍ରିଜର ତଥ୍ୟ ଜାଣିପାରିବେ।

ଏହାସହ  କେଉଁ ପ୍ରକଳ୍ପ ପାଇଁ କେବେ କେତେ ଅର୍ତ ଖର୍ଚ୍ଚ ହେଉଛି, ତା’ର ତଥ୍ୟ ଅପ୍ ଟୁ ଡେଟ୍ ରହିବ । ପ୍ରଥମେ ଜଳସମ୍ପଦ ବିଭାଗର ତଥ୍ୟ ଅପ ଟୁ ଡେଟ୍ ହେବା ପରେ, ପରବର୍ତ୍ତୀ ସମୟରେ ଖାଦ୍ୟ ଓ ଯୋଗାଣ ବିଭାଗ, କୃଷି ବିଭାଗର ବିଭିନ୍ନ ଭିତ୍ତିଭୂମି ତଥ୍ୟ ଅପ୍ ଟୁ ଡେଟ୍ ହେବ । ଏହି ପୋର୍ଟାଲରେ ଜଳ ସେଚନ ବ୍ୟବସ୍ଥା, ବନ୍ୟା ସମ୍ବନ୍ଧୀୟ ସୂଚନା ଆଦି ମିଳିପାରିବ ବୋଲି କୁହାଯାଇଛି ।

Comments are closed.