ରୋଗୀଙ୍କ ଉପରେ ମାଡିଗlଲା ଗାଡି, ଚାଲିଗଲା ଜୀବନ

ଭଦ୍ରକ: ମେଡିକାଲରେ ରୋଗୀ ଓ ତାଙ୍କ ସର୍ମ୍ପକୀୟଙ୍କ ଉପରେ ମାଡ଼ି ଗଲା ଗାଡ଼ି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଜିଲ୍ଲା ଆଗରପଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର। ମୃତକଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଛୋଟ ପିଲା ଥିବା ଜଣାଯାଇଛି।

ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଡାକ୍ତର ଦେଖାଇବାକୁ ଟିକେଟ କାଟିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିଲେ। ଏହି ସମୟରେ ମେଡିକାଲ ପରିସରରେ ଏକ ବୋଲେରୋ ଔଷଧ ଅନ୍‌ଲୋଡ୍‌ କରୁଥିଲା। ଗାଡ଼ିଟି ଷ୍ଟାର୍ଟରେ ଥିଲା। ହଠାତ୍‌ ଗାଡ଼ିଟି ଏକ ସ୍କୁଟି ଉପରେ ମାଡ଼ି ଯାଇ ଟିକେଟ କାଟିବା ପାଇଁ ଲାଇନ୍‌ରେ ଠିଆ ହୋଇଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଉପରେ ମାଡ଼ି ଯାଇଥିଲା।  ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ

Comments are closed.