ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ : ବାରବାଟୀ ଟି-୨୦ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ମ୍ୟାଚ୍ ବନ୍ଦ ପାଇଁ ଜନ ସ୍ୱାର୍ଥ ମାମଲା ଦାୟର ହୋଇଛି । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ରାଜ୍ୟ ସରକାର, ବିସିସିଆଇ ଆଦି ୧୫ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ରୁଜୁ କରାଯାଇଛି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଆସନ୍ତା ୧୨ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଅଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି ।  ଅନଲାଇନରେ ୫ହଜାର ଟିକେଟ୍ ରହିଛି । ଟିକେଟ୍ ବୁକ୍ କରିଥିବା ବ୍ୟକ୍ତି ୯ରୁ ୧୨ ତାରିଖ ପର୍ୟ୍ୟନ୍ତ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ । ୯ରୁ ୧୧ତାରିଖ ପର୍ୟ୍ୟନ୍ତ କାଉଣ୍ଟର ୧୦ଟାରୁ ୬ଟା ପର୍ୟ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ୧୨ ତାରିଖରେ ୩ଟା ପର୍ୟ୍ୟନ୍ତ ଟିକେଟ୍ ସଂଗ୍ରହ କରିପାରିବେ ଦର୍ଶକ ।

Comments are closed.