ଚୁଇଂଗମ୍‌ ଚୋବାଇ ୭୦ହଜାର ରୋଜଗାର

ପ୍ରାୟତଃ ମଣିଷର ସଉକ ସହିତ ତାଙ୍କର ପ୍ରଫେସନର କିଛି ସମ୍ପର୍କ ନ ଥାଏ। କିନ୍ତୁ ଯଦି କେହି ନିଜର ସଉକକୁ ପଇସା କମାଇବାର ମାଧ୍ୟମ କରିବାକୁ ଚାହାନ୍ତି, ତେବେ ଅନେକ ଅଜବ ଘଟଣା ସାମ୍‌ନାକୁ ଆସେ। ଜର୍ମାନୀର ଜଣେ ମହିଳାଙ୍କ କ୍ଷେତ୍ରରେ ସେମିତି କିଛି ଘଟିଛି। ତାଙ୍କୁ ଚୁଇଂଗମ୍‌ ଚୋବାଇବା ଭାରି ପସନ୍ଦ। ଏବେ ସେ ନିଜର ଏହି ସଉକକୁ ପେସାରେ ପରିଣତ କରିଦେଇଛନ୍ତି। ଆଉ ଚୁଇଂଗମ୍‌ ଚୋବାଇ ମାସିକ ପାଖାପାଖି ୭୦ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ମହିଳାଜଣକ ହେଉଛନ୍ତି ୩୦ ବର୍ଷୀୟା ଜୁଲିୟା ଫୋରାଟ।

ସେ ପେସାରେ ଜଣେ ଆର୍କିଟେକ୍ଟ। ହେଲେ ସଉକ ତାଙ୍କର ଚୁଇଂଗ୍‌ ଚୋବାଇ ବବଲ୍‌ କରିବା। ସେ ୨୦-୩୦ଟି ଚୁଇଂଗମ୍‌ ଏକାଥରେ ଚୋବାଇ ସେଥିରେ ବେଲୁନ୍‌ଠୁ ବି ବଡ଼ ଓ ଭିନ୍ନ ଭିନ୍ନ ଆକାରର ବବଲ୍‌ ତିଆରି କରିପାରନ୍ତି। ଏହି କାରନାମାର ଭିଡିଓ କରି ସେ ସୋସିଆଲ ମିଡିଆରେ ଅପଲୋଡ କରନ୍ତି, ଯାହାକୁ ଲୋକେ ବହୁତ ପସନ୍ଦ କରନ୍ତି। ଫଳରେ ସେ ମାସିକ ପାଖାପାଖି ୭୦ ହଜାର ରୋଜଗାର କରିପାରୁଛନ୍ତି।

Comments are closed.