ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ୭ ପର୍ଯ୍ୟଟକ

ପୁରୀ,୨୯ ।୧: ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଅଘଟଣ । ସମୁଦ୍ରରେ ପଶି ଗାଧୋଇବାବେଳେ ୭ ଜଣ ପର୍ଯ୍ୟଟକ ଜୁଆରରେ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳୁନି । ନିଖୋଜ ଯୁବକ ଜଣକ ଝାଡଖଣ୍ଡର ବୋକାରୋର ରମେଶ ସାହୁଙ୍କ ପୁଅ ୧୭ ବର୍ଷୀୟ ପୁଅ ଦୀପକ କୁମାର ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଝାଡଖଣ୍ଡରୁ ଆସିଥିବା ୧୫ ଜଣ ପର୍ଯ୍ୟଟକ ପେଣ୍ଠକଟା ନିକଟ ପିଙ୍କ ହାଉସ ହୋଟେଲ ନିକଟରେ ଗାଧୋଉଥିଲେ। ଏହି ସମୟରେ ଉଚ୍ଚ ଜୁଆରର କରେଣ୍ଟରେ ୭ଜଣ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ୬ ଜଣକୁ ଉଦ୍ଧାର କରିଥିବା ବେଳେ ଦୀପକ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଦୀପକ ଜଣେ ଛାତ୍ର ବୋଲି ଶୁଣିବାକୁ ମିଳିଛି। ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଆଖପାଖ ଅଞ୍ଚଳରେ ଖୋଜା ଜାରି ରହିଛି।

Comments are closed.