୫ଶହ ମାଓବାଦୀ ସାମାଜିକ ସ୍ରୋତରେ ସାମିଲ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟାଠାରେ ସୋମବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ବାଭିମାନ ଅଞ୍ଚଳ ରାଲେଗା ଓ ଧୂଳିପୁଟ ପଞ୍ଚାୟତ ଅଞ୍ଚଳରୁ ୧୮୦ ମିଲେସିଆ ଏବଂ ୩୧୭ ଶହରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ଏଥିରେ ବିଏସ୍‌ଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସ୍‌ପି ନୀତେଶ ଓ୍ବଧଓ୍ବାନି, ବିଏସ୍‌ଏଫ୍‌ କମାଣ୍ଡେଣ୍ଟ ବିନୋଦ ସରେନ, ତହସିଲଦାର ପଦ୍ମନାଭ ଡୋରା ଏବଂ ଏସ୍‌ଡ଼ିପିଓଙ୍କ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୫ଶହରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ପୋଲିସର ବିଶ୍ୱାସ ଭାଜନ  । ହୋଇ ଶପଥ ପାଠ କରିବା ସହ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ ପରେ ମାଓବାଦୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ମାଓବାଦୀଙ୍କ ଶହୀଦ ସ୍ତମ୍ଭକୁ ଭାଙ୍ଗିଥିଲେ ।  ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ବସ୍ତ୍ର, ଖେଳ ସାମଗ୍ରୀ ଏବଂ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଥିଲା l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଛନ୍ତି।

Comments are closed.