ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା

ଦେଶର ଆଉ ୫ଟି ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ମରାଠି, ପାଲି, ପ୍ରାକୃତି, ଅହମିୟା ଓ ବେଙ୍ଗଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ଆଜି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଡ଼ିଆ ସମେତ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼, ମାଲାୟାଲାମକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ଏହାକୁ ମିଶାଇ ଏବେ ଦେଶରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷା ସଂଖା ୧୧ରେ ପହଞ୍ଚିଛି।

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକରୀ ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଉ ୫ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି। ଭାରତର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଅଭିଭାବକ ହେଉଛନ୍ତି ଶାସ୍ତ୍ରୀୟ ଭାଷା ବୋଲି କହିଛନ୍ତି।

ମହାରାଷ୍ଟ୍ରରେ ମରାଠି ଭାଷା ପ୍ରଚଳିତ ଥିବା ବେଳା ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ପାଲି ଓ ପ୍ରାକୃତି ଭାଷା ବେଶ ପରିଚିତ। ପଶ୍ଚିମବଙ୍ଗରେ ବେଙ୍ଗଲି ଓ ଆସାମରେ ଅହମିୟା ଭାଷାରହିଛି।

 

Comments are closed.