ରାଜ୍ୟରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର

ଭୁବନେଶ୍ୱର :ରାଜ୍ୟ କର୍ମଚାରୀ ବୀମା ଯୋଜନା ନିର୍ଦ୍ଦେଶାଳୟ ଅଧୀନରେ ୪୫ ଜଣ ନବନିଯୁକ୍ତ ଇନସ୍ୟୁରାନସ ମେଡିକାଲ ଅଫିସରଙ୍କୁ ଦିଗଦର୍ଶନ । ଡାକ୍ତରୀ ବିଶ୍ବର ଏକ ଶ୍ରେଷ୍ଠ ବୃତ୍ତି । ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ନବ ନିଯୁକ୍ତ ଚିକିତ୍ସା ଅଧିକାରୀଙ୍କୁ ଦିଗଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ହେଉଛି ରାଜ୍ୟ ସରକାରଙ୍କ ମୂଳମନ୍ତ୍ର । ପ୍ରତିଟି ଜୀବନ ମୂଲ୍ୟବାନ । ଅର୍ଥ ଅଭାବରୁ ରାଜ୍ୟବାସୀ ଯେପରି ଗୁଣାତ୍ମକ ଚିକିତ୍ସା ସେବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ BSKY ଲାଗୁ କରାଯାଇଛି । BSKYରେ ୮୦ ଲକ୍ଷ ହିତାଧିକାରୀ ଅଛନ୍ତି ।

ସେହିପରି ଇଏସଆଇ ଚିକିତ୍ସାଳୟ ୮ ଲକ୍ଷ ବୀମାଧାରୀଙ୍କ ଚିକିତ୍ସା ଦାୟିତ୍ବ ବହନ କରୁଛି । ଇଏସଆଇ ହସପିଟାଲ ଓ ଡିସେପନସାରୀ ଯେପରି ବୀମାଭୁକ୍ତଙ୍କ ପାଇଁ ଆଶା ଓ ଆତ୍ମବିଶ୍ବାସର କେନ୍ଦ୍ର ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗର ଡାକ୍ତରଙ୍କ ପରି ESI ଡାକ୍ତରଙ୍କ ପାଇଁ ଡାଇନାମିକ ଆସ୍ୟୁୟର୍ଡ କ୍ୟାରିଅର ପ୍ରୋଗ୍ରେସନ-DACP ଓ ଡିପ୍ଲୋମେଟ ନାସନାଲ ବୋର୍ଡ-DNB ସୁବିଧା କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.