ସ୍ପା ସେଣ୍ଟରର ନାମରେ ଦେହବେପାର: ଚଢଉ ପରେ ୪୫ ବିଦେଶୀ ମହିଳା ଗିରଫ

କଳାକାରବାର ଓ ଦେହବେପାର କରିବା ପାଇଁ ସ୍ପା ଓ ପାର୍ଲର ସେଣ୍ଟରମାନଙ୍କୁ ଆପଣେଉଛି ଦୁର୍ବୁତ୍ତ, ଯାହାଦ୍ୱାରା ସେମାନେ ଲୋକମାନଙ୍କ ସନ୍ଦେହ ଦୃଷ୍ଟିରୁ ଦୂରେଇଯାଇ ନିଜର ବେପାର କରୁଛନ୍ତି । ଏହିପରି ଗୁଜୁରାଟ ରାଜକୋଟର ୪୦ଟି ସ୍ପା ସେଣ୍ଟରକୁ ଚଢାଉ କରି ୪୫ ବିଦେଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ବିଦେଶୀ ମହିଳାମାନଙ୍କୁ ଟୁରିଷ୍ଟ ଭାବେ ଭାରତକୁ ଆଣି ଦେହ ବେପାରରେ ଲଗାଯାଉଥିବାର ସନ୍ଦେହ ପ୍ରକାଶ କରିଛି ଗୁଜୁରାଟ ପୋଲିସ । ସେମାନଙ୍କ ମଧ୍ୟରୁ ଥାଇଲାଣ୍ଡର ୪୧ ଜଣ ଥିବା ବେଳେ ଆଉ କେତେକ ରୁଷିଆର ଅଛନ୍ତି ।

Comments are closed.