ଆଖିକୁ ଖରାପ କରିପାରେ ମୋବାଇଲ, ଆପଣାନ୍ତୁ ୩ଟି ଉପାୟ

ଏଥିରେ କୌଣସି ବି ସନ୍ଦେହ ନାହିଁ କି ପ୍ରତ୍ୟେକ ମନୁଷ୍ୟ ମୋବାଇଲର ବ୍ୟବହାର କରୁଛନ୍ତି ବୋଲି । ଦୈନନ୍ଦିନ ଜିବନରେ ମୋବାଇଲର ବ୍ୟବହାର ଅନେକ କରିଥାନ୍ତି । ସୋସିଆଲ ମିଡ଼ିଆ ହେଉ କି ଗେମ୍ ହେଉ, ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି ମୋବାଇଲରେ । ଏହା ଦ୍ୱାରା ଚକ୍ଷ୍ୟୁ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଜାଣନ୍ତୁ କେତେକ ଉପାୟ …

eye-blinking-mahak-tv
୧. ଉଜ୍ୱଳତା କମାଇବା – ମୋବାଇଲ, ଲାପଟପ୍ କିମ୍ବା ଟାଵଲେଟର ବ୍ୟବହାର ସମୟରେ ଏହାର ଉଜ୍ୱଳତା କମାଇବା ଦ୍ୱାରା ଆଖିରେ କମ୍ ଲାଇଟ୍ ପଡିଥାଏ, ଯାହା ଦ୍ୱାରା ଆଖି ସୁସ୍ଥ ରୁହେ ।
୨. ୨୦ ୨୦ ରୁଲସ୍ – କ୍ରମାନ୍ୱୟରେ ମୋବାଇଲର ବ୍ୟବହାର ଦ୍ୱାରା ମୁଣ୍ଡ ବୁଲାଇବା ସହ ଆଖିରେ ପ୍ରଭାବ ପଡେ । ୨୦ ମିନିଟ୍ ମୋବାଇଲ୍ ବ୍ୟବହାର ପରେ ୨୦ ସେକେଣ୍ଡ ପାଇଁ ବିଶ୍ରାମ ନିଅନ୍ତୁ । ସେହି ସମୟରେ ମୋବାଇଲ ଠାରୁ ଦୂରରେ ରହି ତଳକୁ ବା ଉପରକୁ ଅନାଇବା ଭଲ ।eye-blinking-mahak-tv୩. ବାରମ୍ବାର ଆଖିପତା ପକାଇବା – ବହୁତ ସମୟ ମୋବାଇଲକୁ ଅନାଇବା ଦ୍ୱାରା ଆଖିରେ ଜ୍ୱଳନ ସୃଷ୍ଟି ହୁଏ । ଏହାକୁ ଦୂର କରିବା ପାଇଁ  ବାରମ୍ବାର ଆଖି ପତା ପକାଇବା ଦ୍ୱାରା ସୁସ୍ଥ ହେବା ସହ ଜ୍ୱଳନରୁ ମୁକ୍ତି ମିଳିଥାଏ ।

Comments are closed.