ଦିଲ୍ଲୀ ହିଂସାକୁ ନେଇ ୨୨ଟି ମାମଲା ରୁଜୁ
ନୂଆଦିଲ୍ଲୀ,୨୭ ।୧: ନୂଆ କୃଷି ଆଇନକୁ ବିରୋଧ କରି ଗତକାଲି ଚାଷୀଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହୋଇଥିଲା ହିଂସାକାଣ୍ଡ । ଏହି ଘଟଣାକୁ ଭିତ୍ତି କରି ଦିଲ୍ଲୀର ବିଭିନ୍ନ ଥାନାରେ ପ୍ରାୟ ୨୨ଟି ମାମଲା ରୁଜୁ ହୋଇଛି । ପଞ୍ଜାବ ଓ ହରିୟାଣାରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ ବନ୍ଦ ହୋଇଛି । ଜମା ମସଜିଦ୍ ମେଟ୍ରୋ ଷ୍ଟେସନର ପ୍ରବେଶ ଗେଟକୁ ମଧ୍ୟ ବନ୍ଦ କରାଯାଇଛି । ଦିଲ୍ଲୀ ଏନସିଆର ଓ ହରିଆଣାର ୩ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
ଅନ୍ୟପଟେ ଏହି ହିଂସାକାଣ୍ଡରେ ୧୫୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ୨ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ୧୫ ସିଆରପିଏଫ୍ ମୁତୟନ ହୋଇଥିବା ବେଳେ ହରିଆଣା ଓ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି । ତେବେ ହିଂସାକାଣ୍ଡ ଭିଆଇଥିବା କୃଷକମାନଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ ।
Comments are closed.