ନୂତନ ସଂସଦ ଭବନ ଉଦଘାଟନକୁ ଆସିବେନି ୧୯ ବିରୋଧୀ ଦଳ

ନୂଆଦିଲ୍ଲୀ: କଂଗ୍ରେସ, ‘ଆପ୍‌’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍‌) ସମେତ ୧୯ଟି ବିରୋଧୀ ଦଳ ମେ ୨୮ ତାରିଖରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ବର୍ଜନ କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜାରି କରିଥିବା ମିଳିତ ବିବୃତିରେ ବିରୋଧୀ ଦଳମାନେ କହିଛନ୍ତି।

ପାର୍ଲାମେଣ୍ଟ୍‌ ଉଦ୍‌ଘାଟନ ଉତ୍ସବକୁ ବର୍ଜନ କରିବେ‌ ବୋଲି ଘୋଷଣା କରିଥିବା ୧୯ଟି ରାଜନୈତିକ ଦଳ ହେଲେ, କଂଗ୍ରେସ, ‘ଡିଏମ୍‌କେ’, ‘ଆପ୍‌’, ‘ଟିଏମ୍‌ସି’, ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କେରଳ କଂଗ୍ରେସ (ମଣି), ବିଦୁତାଲାଇ ଚିରୁତୈଗଲ୍‌ କାତ୍‌ଚି, ରାଷ୍ଟ୍ରୀୟ ଲୋକ ଦଳ, ‘ଜେଡି (ୟୁ)’।

ସେହିପରି, ‘ଏନ୍‌ସିପି’, ‘ସିପିଆଇ(ଏମ୍‌)’, ‘ଆର୍‌ଜେଡି’, ‘ଆଇୟୁଏମ୍‌ଏଲ୍‌’, ‘ଏନ୍‌ସି’, ‘ଆର୍‌ଏସ୍‌ପି’ ଏବଂ ‘ଏମ୍‌ଡିଏମ୍‌କେ’ ମଧ୍ୟ ନୂତନ ସଂସଦ ଭବନ ଉଦ୍‌ଘାନଟରେ ଯୋଗ ଦେବେ ନାହିଁ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି।

ସଦ୍ୟତମ ସୂଚନା ଅନୁସାରେ, ଆଜି ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପ୍ରତି ନୂତନ ସଂସଦ ଭବନ ଉତ୍ସର୍ଗ କରିବେ। ରେକର୍ଡ ସମୟ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ‌ସମ୍ପନ୍ନ ହୋଇଛି ଏବଂ ଏହାକୁ ନିର୍ମାଣ କରିଥିବା ୬୦,୦୦୦ ଶ୍ରମଜୀବୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ କରିବେ।

Comments are closed.