ରାଜ୍ୟରେ ୧,୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ: ମନ୍ତ୍ରୀ ଟୁକୁନି ସାହୁ
ଭୁବନେଶ୍ୱର : ରାଜ୍ୟରେ ୬୨ ହଜାର ୧୭୧ଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ଆଉ ୧୫୬୭ ଟି ଅଙ୍ଗନବାଡି କେନ୍ଦ୍ର ହେବାକୁ ଯାଉଛି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ସେ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି । ଏଥିଲାଗି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ଏତଦ୍ବ୍ୟତୀତ ଆହୁରି ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି ପଦକ୍ଷେପ ନିଆଯାଇଛି ।
ରାଜ୍ୟରେ ଏବେ ୬୨ ହଜାର ୧୭୧ଟି ଅଙ୍ଗନବାଡ଼ି ଓ ୧୦ ହଜାର ୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଆଉ ୭ ହଜାର ୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ନୂଆ ୭୮୪୪ ଅଙ୍ଗନାବାଡି ଖୋଲିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ପୁନଃ ତର୍ଜମା କରିବାକୁ କହି ପ୍ରସ୍ତାବ ଫେରାଇ ଦିଆଯାଇଛି । ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ୧,୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି । ଗୋଟିଏ ଅଙ୍ଗନବାଡି ଖୋଲିବାକୁ ୭ ଲକ୍ଷ ଟଙ୍କା ଅନୁଦାନ ମିଳୁଛି । ମନରେଗାରେ ୫ ଲକ୍ଷ ଆଉ ୨ ଲକ୍ଷ ରାଜ୍ୟ ସରକାର ଦେଉଛନ୍ତି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
Comments are closed.