ବନ୍ଧୁକ ଦେଖାଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାର ଏକ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୪ବର୍ଷର ଝିଅକୁ ବନ୍ଧୁକ ଦେଖାଇ ଗଣ ଦୁଷ୍କର୍ମ କରାଯାଇଛି। ଗୁରୁବାର ଦିନ ନାବାଳିକା ଜଣଙ୍କ ଘର ପାଖ ଏକ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଗାଁର ୩ଜଣ ଯୁବକ ତାଙ୍କୁ ଅପହରଣ କରି ନେଇ ଥିଲେ। ପରେ ଦୁଷ୍କର୍ମ କରିଥିଲେ। ଝିଅ ଘରକୁ ନଫେରିବାରୁ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗାଁର ଏକ ଘରୁ ନାବାଳିକା ଜଣଙ୍କୁ ଉଦ୍ଧାର କରିବା ସହ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଗିରଫ କରିଛି।
Comments are closed.