ପ୍ରେମ ନେଲା ଜୀବନ, ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ପ୍ରେମକୁ ବିରୋଧ କରି ଅନେକ ସ୍ଥାନରେ ହତ୍ୟା ଓ ଆତ୍ମହତ୍ୟା ଦେଖିବାକୁ ମିଳୁଛି । କେଉଁଠି ଘର ଲୋକଙ୍କ ଡର ତ କେଉଁଠି ସମାଜର ପ୍ରତିବନ୍ଧକ । ସେହିପରି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁସୁମି ରେଳ ଷ୍ଟେସନ ନିକଟରୁ ଦୁଇ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସମ୍ପୃକ୍ତ ପ୍ରେମୀଯୁଗଳ ନିକଟସ୍ଥ ମୁଣ୍ଡିପଦା ଗାଁର ବୋଲି ଜଣାପଡିଛି । ତେବେ ସେମାନଙ୍କୁ ହତ୍ୟା କରାଯାଇଛି କି ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ । ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Comments are closed.