ଡେରାଡୁନରେ ମୋଦି ପାଳିଲେ ବିଶ୍ୱ ଯୋଗ ଦିବସ

ଆଜି ହେଉଛି ବିଶ୍ୱ ଯୋଗ ଦିବସ, ଯାହାକୁ ସମଗ୍ର ବିଶ୍ୱ ବେଶ୍ ଧୁମ୍ ଧାମରେ ପାଳନ କରୁଛି । ଯୋଗଦ୍ୱାରା ଶରୀର ସୁସ୍ଥ ସବଳ ରହିବା ସହିତ ମନ ପ୍ରଫୁଲ୍ଲ ରହିଥାଏ । ଡେରାଡୁନରେ ପାଳନ ହୋଇଥିବା ଯୋଗ ଦିବସରେ ଯୋଗଦେଇଥିବା ୫୦ ହଜାର ସାଧକଙ୍କ ନେତୃତ୍ୱ ନେଇଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ଯୋଗର ମହତ୍ତ୍ୱକୁ ସାରା ଦେଶବାସୀଙ୍କ ନିକଟରେ ପହଞ୍ଚାଇବା ସହ କହିଥିଲେ କି ଯୋଗ ହେଉଛି ବିଶ୍ୱ ପ୍ରତି ଭାରତର ଉପହାର, ସୁସ୍ଥ ରହିବାର ମୂଳମନ୍ତ୍ର । ଓଡିଶାରେ ବି ବହୁତ ଶିବିର ଓ ଅନୁଷ୍ଠାନମାନଙ୍କରେ ଅନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି ।

Comments are closed.