ସମେଟିଭ୍ ଆସେସ୍ ମେଣ୍ଟ -୧ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ

ନୂଆଗାଁ( ପୁଷ୍ପଲତା ପ୍ରଧାନ) : ମାଧ୍ୟମିକ ଶିକ୍ଷା ପରିଷଦର ନୂତନ ବ୍ୟବସ୍ଥା ଆଧାରରେ ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ କୁହାଯାଉଥିବା ସମେଟିଭ୍ ଆସେସ୍ ମେଣ୍ଟ – ୧ ପରୀକ୍ଷା ନୂଆଗାଁ ବ୍ଲକ୍ ର ନୂଆଗାଁ ହାଇସ୍କୁଲ୍, ମହିପୁର ନୋଡାଲ ହାଇସ୍କୁଲ୍, ଚାହାଳି ଜନଶକ୍ତି ହାଇସ୍କୁଲ୍ ରେ ହୋଇ ଥିବା ପରୀକ୍ଷା କେନ୍ଦ୍ର ରେ ମାଟ୍ରିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।ପ୍ରଥମ ଦିନ ଭାଷା ଓ ଗଣିତ ରେ ହୋଇଥିବା ୫୦ ନମ୍ୱର୍ ଅବ୍ ଜେକ୍ଟିଭ୍ ପରୀକ୍ଷାରେ ନୂଆଗାଁ ହାଇସ୍କୁଲ୍ ରେ ୨୨୮ ଜଣ ଛାତ୍ର ଛାତ୍ରୀ, ମହିପୁର ନୋଡାଲ ହାଇସ୍କୁଲ୍ ରେ ୨୫୧ ଜଣ ଏବଂ ଚାହାଳି ଜନଶକ୍ତି ହାଇସ୍କୁଲ୍ ରେ ୨୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।ଛାତ୍ର ଛାତ୍ରୀ ମାନେ ଓ ଏମ୍ ଆର୍ ସିଟ୍ ରେ ପରୀକ୍ଷା ଦେଇଥିଲେ।ଆଜି ଦ୍ୱିତୀୟ ଦିନରେ ଇଂରାଜୀ,ଇତିହାସ ଓ ଭୂଗୋଳ ବିଷୟ ପରୀକ୍ଷା ମାଟ୍ରିକ ଛାତ୍ର ଛାତ୍ରୀ ଦେଇଛନ୍ତି। କରୋନା ନୀତି ନିୟମ ପାଳନ ପୂର୍ବକ ପରୀକ୍ଷା କେନ୍ଦ୍ର ଗୁଡିକରେ ପରୀକ୍ଷା ହେଉଛି ।

Comments are closed.