୧୦ ସଚିବଙ୍କୁ ୧୦ ଜିଲ୍ଲା ଦାୟିତ୍ୱ, ଜାଣନ୍ତୁ କିଏ କେଉଁଠି?
ଭୁବନେଶ୍ୱର, ୨ା୩ : ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ସଚିବ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ । ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ୧୦ ବରିଷ୍ଠ ଅଧିକାରୀ ।
ତେବେ କନ୍ଧମାଳ ପାଇଁ ମଧୁସୂଦନ ପାଢୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ କଳାହାଣ୍ଡି ପାଇଁ ସତ୍ୟବ୍ରତ ସାହୁଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ନୂଆପଡ଼ା ଜିଲ୍ଲା ପାଇଁ ବିଷ୍ଣୁପଦ ସେଠୀ, ରାୟଗଡ଼ା- ନିକୁଞ୍ଜ ଧଳ, ନବରଙ୍ଗପୁର- ଅରବିନ୍ଦ ଅଗ୍ରୱାଲ, ବଲାଙ୍ଗିର-ସୁରେନ୍ଦ୍ର କୁମାର, ଗଜପତି- ଭାସ୍କରଜ୍ୟୋତି ଶର୍ମା, ମାଲକାନଗିରି- ନୀତିନ୍.ବି. ଜୱେଲ, ଢେଙ୍କାନାଳ- ରଞ୍ଜନା ଚୋପ୍ରା, କୋରାପୁଟ- ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
Comments are closed.