ନିଲମ୍ବିତ ହେଲେ ୧୦ ବିଧାୟକ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ଅଧିବେଶନରେ ହଙ୍ଗାମା ହେବା ପରେ ବିଜେପିର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ସେମାନେ ଗୃହ ଚାଲିଥିବାବେଳେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ବିରୋଧୀ ଦଳଙ୍କ ବୈଠକକୁ ଜଣେ ଆଇଏଏସ ଅଧିକାରୀଙ୍କୁ ପଠାଇବାକୁ ନେଇ ବିଜେପି ଅସନ୍ତୁଷ୍ଟ ଅଛି । ଏହି ହଙ୍ଗାମା ସମୟରେ ଜଣେ ବିଜେପି ବିଧାୟକ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

କର୍ଣ୍ଣାଟକ ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ ଅଶାଳୀନ ଏବଂ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ୧୦ ଜଣ ବିଜେପି ବିଧାୟକଙ୍କୁ ବାକି ବିଧାନସଭା ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି। ଅର୍ଥାତ୍ କର୍ଣ୍ଣାଟକ ବିଧାନସଭାର ଏହି ପୂରା ମୌସୁମୀ ଅଧିବେଶନରେ ବିଜେପିର ୧୦ ଜଣ ବିଧାୟକ ଅଂଶଗ୍ରହଣ କରିପାରିବେ ନାହିଁ।

Comments are closed.