ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର : ଓଡିଶାର ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଓଡିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଜାତୀୟ ରାଜପଥ ୩୨୬ର ମାଲକାନଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁ ନିର୍ମାଣକୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଞ୍ଜୁରୀ ଦିଆଯାଇଛି । ଏହା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୫୪ କୋଟି ଟଙ୍କା । ପୁରୀ-କୋଣାର୍କ ରାସ୍ତାର ମାଟିପଡାଠାରେ ରେଳ ଓଭରବ୍ରିଜ ତିଆରି ହେବ । ମାଟିଆପଡା ରେଳ ଓଭରବ୍ରିଜ ପ୍ରକଳ୍ପରେ ୧୩୬.୬୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଜାତୀୟ ରାଜପଥ ୫୯ରେ ବ୍ରହ୍ମପୁର ସହରରେ ୪ ଲେନ ବିଶିଷ୍ଟ ବାଇପାସ ରୋଡ ନିର୍ମାଣ ହେବ । ଏହି ବ୍ରହ୍ମପୁର ସହରରେ ୪ ଲେନ ବିଶିଷ୍ଟ ବାଇପାସ ରୋଡ ପ୍ରକଳ୍ପ ପାଇଁ ୧୯୬ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

Comments are closed.