ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ୍, ଚାଲିଗଲା ୪ ଜୀବନ

ରାଉରକେଲା,୬ ।୧ : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ ହେବା ଘଟଣାରେ ୪ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ଆଇଜିଏଚରେ ୪ କର୍ମଚାରୀ ଭର୍ତ୍ତି ହୋଇଥିଲେ । ଆଇଜିଏଚରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା କର୍ମଚାରୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ୍ କେମିକାଲ ଡିପାର୍ଟମେଣ୍ଟରେ ଘଟିଯାଇଛିି ଏହି ଅଘଟଣ । ଗ୍ୟାସ ଲିକ୍ ଘଟଣାରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇଥିଲେ । ୧୦ ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଗ୍ୟାସ ଲିକ୍ କାରଣରୁ ଆହୁରି ଅଧିକ କର୍ମଚାରୀ ଆହତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଗ୍ୟାସ ଲିକ୍ କେମିତି ହେଲା ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି ।

Comments are closed.