ଆଇପିଏଲ ନିଲାମ ତାଲିକାରେ ୨ ଓଡ଼ିଆ
ଭୁବନେଶ୍ୱର, ୧୨ା୨: ଆଇପିଏଲ-୧୪ ସିଜିନର ନିଲାମ ପ୍ରକ୍ରିୟାରେ ଓଡିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି । ୨୯୨ ଜଣ ଖେଳାଳି ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ୨ ଓଡିଆ ବ୍ୟାଟ୍ସମ୍ୟାନ ହେଉଛନ୍ତି ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପେଦ୍ଦାର । ଓଡିଶାର ୨ ବ୍ୟାଟ୍ସମ୍ୟାନଙ୍କ ବେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି ।
ତେବେ ଆସନ୍ତା ୧୮ ତାରିଖରୁ ଆଇପିଏଲ ଖେଳାଳିଙ୍କ ନିଲାମି ଆରମ୍ଭ ହେବ । ଆଇପିଏଲ-୧୪ ନିଲାମରେ ଭାଗ ନେବା ପାଇଁ ମୋଟ ୧୧୧୪ ଜଣ ଖେଳାଳି ନାମ ପଞ୍ଜୀକରଣ କରିଥିଲେ । ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ଓ ଗୋବିନ୍ଦ ପୋଦ୍ଦାର ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଯେଉଁ ଖେଳାଳିମାନେ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି ସେମାନଙ୍କର ବେସ ପ୍ରାଇସ ୨ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ ରହିଛି । ଆଇପିଏଲ ନିଲାମ ପାଇଁ ୬ ଜଣଙ୍କ ନାଁ ସୁପାରିସ କରିଥିଲା ଓସିଏ ।
ଡ଼ିଛି ।
Comments are closed.