ଦାଦା ବଟି ମାଗିବା ଅଭିଯୋଗ ରେ ୨ ୱେବ ମିଡିଆ ସାମ୍ବାଦିକ ଗିରଫ

ସମ୍ବଲପୁର, ତୁସବନ୍ତ ଯୋଶୀ : ରାଜଧାନୀ ଭୁବନେଶ୍ବର ପରେ ଏବେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାରେ ବଟି ମାଗୁଥିବା ଅଭିଯୋଗରେ ଦୁଇଜଣ ନକଲି ସାମ୍ବାଦିକ ବୁର୍ଲା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ବୁର୍ଲା ପୋଲିସ ଦ୍ୱାରା ଆଜି ଏହି ୨ ନକଲି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି । ଗିରଫ ହୋଇଥିବା ୨ ଜଣ ହେଲେ ବୁର୍ଲା କଣ୍ଟ୍ରାକ୍ଟର କଲୋନୀର ଆନନ୍ଦ ଷଣ୍ଢ ଓ ହୀରାକୁଦ ଖ୍ରୀଷ୍ଟିଆନ ପଡାର ଫିଲିଫ କୁମାର । ଏହି ୨ ଜଣ ବ୍ୟକ୍ତି ୨ ଟି ୱେବ ଗଣ ମାଧ୍ୟମର ଆଇ କାର୍ଡ ଧରି ନିଜକୁ ସାମ୍ବାଦିକ କହିବା ସହ ବୀରେନ୍ଦ୍ର ବଗର୍ତ୍ତି ଓ ତାଙ୍କ ମାଙ୍କୁ ବୁର୍ଲା ପେଟ୍ରୋଲ ପମ୍ପ ରେ ଅଟକାଇ ତାଙ୍କୁ ବୁର୍ଲା ଥାନାରେ ପୂର୍ବରୁ ଥୁବା ଏକ ମାମଲାରୁ ବଞ୍ଚାଇବା ପାଇଁ 50 ହଜାର ଟଙ୍କା ଦାବି କରିଥିଲେ। ତେବେ ବୀରେନ୍ଦ୍ର ଟଙ୍କା ଦେବାରେ ନିଜର ଅସମର୍ଥତା ଜଣେଇବା ସହ ସେହି ମାମଲା ପୂର୍ବରୁ ବୁର୍ଲା ଥାନାରେ ବୁଝାମଣା ହୋଇସାରିଥିବାର କହିଥିଲେ । ଏହା ପରେ ସମ୍ପୃକ୍ତ ୨ ନକଲି ସାମ୍ବାଦିକ ପୋଲିସ ବିଭାଗରେ ବଡ଼ ବଡ଼ ଅଧିକାରୀଙ୍କ ସହ ଭଲ ପରିଚୟ ଥିବାର କହିବା ସହ ୫୦ ହଜାର ଟଙ୍କା ନଦେଲେ ବୀରେନ୍ଦ୍ର ଙ୍କୁ ପୁଣି ଦୁଷ୍କର୍ମ କେଶ ରେ ଫସେଇ ଦେବେ ବୋଲି କହି ଧମକ ଦେଇଥିଲେ। ଏହା ପରେ ବୀରେନ୍ଦ୍ରଙ୍କ ଅଭିଯୋଗ କ୍ରମେ ବୁର୍ଲା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.