ଲିଙ୍ଗରାଜଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଭାଇରାଲ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଭାଇରାଲ ହେଉଛି । କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କ ଦାମୋଦର ବେଶ ହୋଇଥାଏ । ତେବେ ଅକ୍ଟୋବର ୧୪ ତାରିଖରେ ପ୍ରଦୀପ୍ତ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଫଟୋ ପୋଷ୍ଟ କରାଯାଇଥିବା ଜଣାପଡିଛି ।

ତେବେ ମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ କଡ଼ା ନଜର ରଖାଯାଇଥିବା ସତ୍ତ୍ୱେ କିଭଳି ଭାବେ ମୋବାଇଲ୍‌ରେ ଫଟୋ ଉଠାଯାଇ ଭାଇରାଲ ହେଉଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି କିଛି ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହୋଇଥିଲା ।

Comments are closed.