ବେଆଇନ ପାର୍କିଂ ଫି ଆଦାୟ : ୧୪ଟି ମଲ ଓ ମେଡିକାଲକୁ ନୋଟିସ୍

ଭୁବନେଶ୍ୱର: ବେଆଇନ ପାର୍କିିଂ ଫି ଆଦାୟକୁ ନେଇ ୧୪ଟି ସପିଂ ମଲ, ମେଡିକାଲକୁ ନୋଟିସ୍ କରିଛି ବିଡିଏ । କଟକଣା ପରେ ବି ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବାରୁ ନୋଟିସ୍ କରିଛି ବିଡିଏ । ଏସମ୍ପର୍କରେ ବିଡିଏ ଯୋଜନାର ସଦସ୍ୟ ଗୌରୀଶଙ୍କର ଭୂୟାଁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଲ୍ଡିଂ ପ୍ଲାନ୍ ଅନୁମତି ବେଳେ ପାର୍କିଂ ସ୍ଥାନ ପାଇଁ ରିହାତି ମିଳିଛି । ଆଇନ ଉଲ୍ଲଙ୍ଘନ କଲେ ଓଡିଏ ଆକ୍ଟ ୧୯୮୨ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରକାର ପଡିଲେ ବିଲ୍ଡିଂର ପ୍ଲାନ୍ ଅନୁମତି ପ୍ରତ୍ୟାହାର କରାଯିବ ।’

ତେବେ ଫାସିଲିଟେସନ ଚାର୍ଜ ନାଁରେ କୌଣସି ପାର୍କିଂ ଫି ଆଦାୟ ହୋଇପାରିବ ନାହିଁ ବୋଲି ଗୌରୀ କହିଛନ୍ତି । ଗ୍ରାହକଙ୍କଠାରୁ କୌଣସି ହୋଟେଲ, ମଲ, ସୋରୁମ ଓ ହସ୍ପିଟାଲ ବେଆଇନ ଭାବେ ପାର୍କି ଫି ଆଦାୟ ନକରିବାକୁ ପୂର୍ବରୁ ନୋଟିସ୍ ଜାରି କରିଥିଲା ବିଡିଏ ।

Comments are closed.