ବିଜୟ ସହ କ୍ଲିନ୍ ସୁଇପ କଲା ଟିମ୍ ଇଣ୍ଡିଆ

ରାଞ୍ଚି : ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୨୦୨ ରନରେ ହରାଇଲା ଭାରତ । ଟେଷ୍ଟ ସିରିଜରେ ୩-୦ରେ କ୍ଲିନ୍ ସୁଇପ କଲା ଟିମ୍ ଇଣ୍ଡିଆ । ଆଜି ଚତୁର୍ଥ ଦିନରେ ଭାରତକୁ ବିଜୟ ପାଇଁ ୨ଟି ୱିକେଟ୍ ଦରକାର ଥିବା ବେଳେ ଖେଳ ଆରମ୍ଭର କିଛି ମିନିଟ ଓ ମାତ୍ର ୧୨ ବଲ ପରେ ଦଳ ବିଜୟ ହାସଲ କରିନେଇଥିଲା । ପ୍ରଥମ ଇନିଂସରେ ଭାରତ ୯ ୱିକେଟରେ ୪୯୭ ରନ୍ କରିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ଓ ଦ୍ୱିତୀୟ ଇନିଂସରେ ୧୩୩ ରନ୍ କରି ଅଲଆଉଟ୍ ହୋଇଥିଲା ।

ତେବେ ବିରାଟଙ୍କ ନେତୃତ୍ୱରେ ଭାରତ ସାଉଥ ଆଫ୍ରିକା ବିରୋଧରେ କ୍ଲିନ ସ୍ୱିପ କରିଛି । ଦଳ ବିଶାଖାପାଟନାମ, ପୁଣେରେ ବିଜୟ ହାସଲ ପରେ ରାଂଚିରେ ମଧ୍ୟ ବିଜୟ ହାସଲ କରିଛି । ଏହା ଭାରତ ନିଜ ମାଟିରେ ୩୨ରୁ ୨୬ଟି ସିରିଜରେ ବିଜୟ ହାସଲ କରିଛି ।

Comments are closed.