ଓଡିଶାରୁ ଦୂରେଇ ଯାଉଛି ‘ବୁଲବୁଲ’, ରାତି ୧୧ଟାରେ କରିବ ଲ୍ୟାଣ୍ଡଫଲ୍
ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ ‘ବୁଲବୁଲ’ ଧୀରେ ଧୀରେ ଓଡ଼ିଶା ଉପକୂଳ ଅତିକ୍ରମ କରୁଛି । ରାତି ୧୧ଟା ଭିତରେ ସମୁଦ୍ରିକ ବାତ୍ୟା ‘ବୁଲବୁଲ’ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହା ଓଡ଼ିଶାର ପାରାଦୀପଠାରୁ ୧୪୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଦିଗରେ, ପଶ୍ଚିମ ବଙ୍ଗଠାରୁ ୮୫ କିଲୋମିଟର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ତେବେ ଏହି ଲ୍ୟାଣ୍ଡଫଲ ବେଳକୁ ଏହା ଟିକିଏ ଦୁର୍ବଳ ହୋଇପଡିଥିବ ବୋଲି ଆଇଏମଡି କହିଛି ।
ତେବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇଛି ବାତ୍ୟା ବୁଲବୁଲ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଓଡ଼ିଶାରେ ସଂଧ୍ୟା ବେଳକୁ ବର୍ଷା କମିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ଓଡିଶା ଉପରୁ ବାତ୍ୟାର ପ୍ରଭାବ କମିଛି ବୋଲି ଏସଆରସି କହିଛନ୍ତି ।
Comments are closed.