ଆବାସ ପାଇଁ ସବୁ ଜିଲ୍ଲାରେ ଖୋଲିବା କଲ ସେଣ୍ଟର

ଭୁବନେଶ୍ୱର : ସମସ୍ତ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଆଜି ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ୱଚ୍ଛତା ପାଇଁ ପଦକ୍ଷେପ ନିଆଯିବ ସମ୍ବନ୍ଧରେ ସବୁ ଜିଲ୍ଲାରେ କଲ ସେଣ୍ଟର ଖୋଲିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ । ପ୍ରତାପ କହିଛନ୍ତି ଯେ, ‘କଲ ସେଣ୍ଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଫୋନ କରାଯିବ । କଲ ଫୋନ କରି କଣ ପାଇଁ ଅର୍ଥ ପାଇବାରେ ବିଳମ୍ବ ହେଉଛି ସେନେଇ ଫିଡ଼ବ୍ୟାକ ନେବେ ସରକାର । କିଏ ବାଧକ ସାଜୁଛି ସେ ନେଇ ବି ମଧ୍ୟ ଫିଡ଼ବ୍ୟାକ ନେବେ ସରକାର ।’

ତେବେ 5-T ମାଧ୍ୟମରେ ହିତାଧିକାରୀଙ୍କ ସହ ଆମେ ପ୍ରତ୍ୟକ୍ଷ ଯୋଗାଯୋଗ କରିବୁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Comments are closed.