୨୭ରେ ହେବ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ନଭେମ୍ବର ୨୭ରେ ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । ୪ଟି ଜିଲ୍ଲା ପରିଷଦ ଓ ୧୭ଟି ସରପଞ୍ଚ ପଦବୀ ପାଇଁ ହେବ ଉପନିର୍ବାଚନ । ସେହିପରି ୨୧ଟି ସମତି ସଭ୍ୟ ଓ ୩୦୩ ୱାର୍ଡ଼ମେମ୍ବର ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବ । ଅକ୍ଟୋବର ୨୯ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ସହ ୩୧ରୁ ନଭେମ୍ବର ୨ଯାଏଁ ନାମାଙ୍କନ ଭରିବା ପାଇଁ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି ।

ତେବେ ନଭେମ୍ବର ୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୨୭ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ରହିଛି ଭୋଟ୍‌ ଗ୍ରହଣ । ନଭେମ୍ବର ୨୮ରେ ଭୋଟ୍‌ ଗଣତି ଓ ଫଳାଫଳ ଘୋଷଣା ହେବ । ତେବେ ବିଭିନ୍ନ କାରଣରୁ ୩୪୫ଟି ଜନ ପ୍ରତିନିଧି ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି ।

Comments are closed.