ବ୍ୟାନ ହେଲା ହୁକ୍କା

0

ଆଉ ମିଳିବନି ହୁକ୍କା। ଯୁବପିଢ଼ି ଆଉ ଟାଣି ପାରିବେନି ହୁକ୍କା। ଲାଗିଲା ବ୍ୟାନ୍। ହୁକ୍କା ଉତ୍ପାଦର କିଣା ବିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। କେବଳ ସେତିକି ନୁହେଁ ହୁକ୍କାର ବିଜ୍ଞାପନ ଓ ପ୍ରଚାର ପ୍ରସାର ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ରାଜ୍ୟରେ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ହୁକ୍କା ଉପରେ ବ୍ୟାନ୍‌ ଲଗାଯାଇଥିବା ନେଇ ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ସରକାର ହୁକ୍କା ଉପରେ ବ୍ୟାନ୍ ଲଗାଇଛନ୍ତି। ଧୂମପାନକୁ ନେଇ ଦେଖା ଦେଉଥିବା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ (COTPA) ରେ ସଂଶୋଧନ କରି କର୍ଣ୍ଣାଟକରେ ହୁକ୍କା ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି। ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ନିରାପଦ ତଥା ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.