‘ବୁଲବୁଲ’ ପ୍ରଭାବରେ ୮ଜିଲ୍ଲାରେ ପ୍ରବଳ ଛେଚିବ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ ନେବ । ପାରାଦୀପଠାରୁ ୬୮୦କିମି ଦୂରରେ ବାତ୍ୟା ବୁଲବୁଲ ଅଛି । ଏହି ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ ନ କରିପାରେ । କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ଆଂଶିକ ଭାବେ ପଡ଼ିବ । ବାତ୍ୟାର ଗତି ବଢୁଛି । ତେବେ ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଚାଷୀ ଓ ମତ୍ସ୍ୟଜୀବୀଙ୍କୁ ସତର୍କ ପରାମର୍ଶ ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଆସନ୍ତାକାଲି ରାତିରୁ ୧୦ତାରିଖ ସକାଳ ଯାଏ ୪ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ୩୫-୫୫ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ୪ଜିଲ୍ଲା ଗୁଡ଼ିକ ହେଉଛି ପୁରୀ,କେନ୍ଦ୍ରାପଡ଼ା, ଯାଜପୁର ଓ ଗଞ୍ଜାମ ।

ସେହିପରି ୯ତାରିଖ ସନ୍ଧ୍ୟାରୁ ୪ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ୪ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, ବାଲେଶ୍ୱର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହା ସହ ଏହି ୪ଜିଲ୍ଲାରେ ୭୦-୮୦ କିମି ବେଗରେ ପବନ ବହିବା ଆଶଙ୍କା ରହିଥିବା ଆଇଏମଡ଼ି କହିଛି । ଆଇଏମଡ଼ି ସହକାରୀ ମହାନିର୍ଦ୍ଦେଶକ ଆରକେ. ଜେନାମଣି ଏନେଇ ସୂଚନା ଦେଇଛନ୍ତି ।

Comments are closed.