ବିଜେପୁର ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଶେଷ ହୋଇଛି ପ୍ରସ୍ତୁତି

ବରଗଡ଼ : ବରଗଡ଼ ଜିଲ୍ଲାର ବିଜେପୁର ଉପନିର୍ବାଚନ ପାଇଁ ପାଇଁ ଆସନ୍ତା ୨୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଆଉ ଦୁଇ ଦିନ ଥିବା ବେଳେ ସବୁ ଦଳରେ ଏବଂ ସବୁ ସ୍ତରରେ ଏନେଇ ପ୍ରସ୍ତୁତି ହୋଇସାରିଛି । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରସୋର କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନିର୍ବାଚନ ପରିଚାଳନା ପାଇଁ ମୋଟ ୨୩୨୧ଟି ଗାଡ଼ି ବ୍ୟବସ୍ଥା ହୋଇଛି । ଏହାସହ ଭୋଟ୍ ଗ୍ରହଣ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଟିମ୍ ଗଠିତ ହୋଇଛି । ବିଜେପୁର ଉପନିର୍ବାଚନ ପାଇଁ ୨୧ ତାରିଖରେ ମତଦାନ ଥିବାବେଳେ ୨୪ ତାରିଖରେ ଭୋଟ୍ ଗଣତି କରାଯିବ ।

ତେବେ ଉପନିର୍ବାଚନ ପାଇଁ ୩ଟି ବ୍ଲକରେ ୬ଟି ମଡ଼େଲ ବୁଥ୍ କରାଯିବ ଏବଂ ୨୮ଟି ବୁଥରେ ୱେବ କାଷ୍ଟିଂ ସହ ୧୪ଟି ବୁଥରେ ସିସିଟିଭି ଲାଗିବ । ସେହିପରି ୧୬ଟି ବୁଥରେ ଭିଡ଼ିଓଗ୍ରାଫି ଓ ୭୭ଟି ବୁଥରେ ମାଇକ୍ରୋ ଅବଜରଭର ବ୍ୟବସ୍ଥା ହୋଇଛି । ଉପନିର୍ବାଚନ ପାଇଁ ମୋଟ ୨ଲକ୍ଷ ୩୨ହଜାର୨୬୪ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୨ହଜାର ୧୧୪୧୧୪ଜଣ ମହିଳା ଭୋଟର ଥିବା ବେଳେ ପୁରୁଷ ଭୋଟର ୧ଲକ୍ଷ ୨୦ହଜାର ୧୩୫ଜଣ ଅଛନ୍ତି । ସେମାନଙ୍କ ସହ ୧୦ଜଣ ତୃତୀୟ ଲିଙ୍ଗ, ୨୭୫୦ ଦିବ୍ୟାଙ୍ଗ ଭୋଟର ଅଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ୨୮୫ଟି ହ୍ୱିଲ୍ ଚେୟାର ଓ ୫୭୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଆଜି ପ୍ରଚାର ପାଇଁ ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରଚାରରେ ଲାଗିପଡ଼ିଛନ୍ତି।

Comments are closed.