ବଦଳିଲା ଇତିହାସ: ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

ଜମ୍ମୁ : ଜମ୍ମୁ-କଶ୍ମୀର ଆଜିଠାରୁ କେନ୍ଦ୍ର-ଶାସିତ ଅଞ୍ଚଳ ଭାବେ ଗଣାଗଲା । ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ । ତାଙ୍କୁ ଶପଥ ପାଠ କରାଇଛନ୍ତି ଜାମ୍ମୁ ଓ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି । ପଦ ଓ ଗୋପନୀୟତା ସମ୍ପର୍କରେ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ଗୀତା ମିଟ୍ଟଲ ।

ଉଲ୍ଲେଖଯୋଗ୍ୟ ଯେ,୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ହୋଇଥିବା ବେଳେ ମୋଦି ସରକାରରେ ପାୱାରଫୁଲ ଅଫିସର ଜଣାଶୁଣା ଥିଲେ । ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ଵାସୀ ଅଧିକାରୀମାନଙ୍କ ମଧ୍ୟରେ ଗଣାଯାଆନ୍ତି। ସେଥିଲାଗି ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସଚିବ ପଦବୀ ଦିଆଯାଇଥିଲା। ମୋଦୀ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମୁର୍ମୁ ତାଙ୍କ ପ୍ରଧାନ ସଚିବ ଥିଲେ।

ସେହିପରି ଜାମ୍ମୁ-କାଶ୍ମୀରରୁ ଅଲଗା ହୋଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଶପଥ ନେଇଛନ୍ତି ।

Comments are closed.