ବଢିଲା ଖେଳାଳିଙ୍କ ଭତ୍ତା

ଭୁବନେଶ୍ୱର: କ୍ରୀଡା ଛାତ୍ରବାସ ଅନ୍ତେବାସୀ ଓ ଜାତୀୟ ପଦକ ବିଜେତାଙ୍କ ବଢିଲା ଭତ୍ତା । ୫-ଟି କାର୍ଯ୍ୟକ୍ରମରେ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡା ଛାତ୍ରବାସର ଛାତ୍ରୀଙ୍କ ଭତ୍ତା ୨୦୦ରୁ ୫୦୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଛାତ୍ରଙ୍କ ଭତ୍ତା ୨୦୦ରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ଜାତୀୟ କ୍ରୀଡା ମହାସଂଘ ଦ୍ୱାରା ସ୍ୱୀକୃତ କ୍ରୀଡା ପାଇଁ ଭତ୍ତା ବୃଦ୍ଧି କରାଯାଇଛି । ପ୍ରତିଯୋଗିତା ପାଇଁ ସହର ବାହାରକୁ ଗଲେ ଦୈନିକ ୩୦୦ଟଙ୍କା ଭତ୍ତା ମିଳିବ । ଜାତୀୟ ସ୍ତରର ପଦକ ବିଜେତାଙ୍କ ପାଇଁ ବି ଭତ୍ତା ବୃଦ୍ଧି ପାଇଛି । ଏସଜିଏଫଆଇ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡାରେ ପଦକ ଜିତିଥିଲେ ବି ଭତ୍ତା ମିଳିବ । ସ୍ୱର୍ଣ୍ଣ ପଦକ ବିଜୟୀଙ୍କୁ ବର୍ଷେ ଯାଏଁ ମାସିକ ହଜାରେ ଟଙ୍କାର ଭତ୍ତା ମିଳିବ । ସେହିପରି ରୌପ୍ୟ ପଦକ ବିଜୟୀ କ୍ରୀଡାବିତଙ୍କୁ ବର୍ଷେ ଯାଏ ମାସିକ ୫୦୦ ଟଙ୍କା ମିଳିବ । କ୍ରୀଡା ଛାତ୍ରବାସର ପଦକ ବିଜୟୀ ଅତିରିକ୍ତ ଭାବେ ଭତ୍ତା ପାଇବେ ।

ପଦକ ବିଜୟୀ କ୍ରୀଡାବିତଙ୍କ ପାଇଁ ସର୍ତ୍ତମୂଳକ ଅତିରିକ୍ତ ଭତ୍ତା ଘୋଷଣା କରାଯାଇଛି । ବର୍ଷେ ଯାଏ ସ୍ଥାପିତ ରେକର୍ଡ ଭଙ୍ଗ ନହେଲେ ମାସିକ ୫ ହଜାର ଟଙ୍କା ମିଳିବ ।

ଜାତୀୟ ଦଳରେ ମନୋନିତ କ୍ରୀଡାବିତଙ୍କ ପାଇଁ ମଧ୍ୟ ଭତ୍ତା ଘୋଷଣା କରାଯାଇଛି । ବର୍ଷେ ଯାଏ ମାସିକ ହଜାରେ ଟଙ୍କା ଭତ୍ତା ଦେବେ ସରକାର । ଛାତ୍ରଙ୍କ ପାରଦର୍ଶିତା ଭିତ୍ତିରେ କୋଚ୍ ବି ପ୍ରୋତ୍ସାହନ ରାଶି ପାଇବେ ।

Comments are closed.