ଟ୍ରକ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର
ବାଙ୍କୀ -ଭେଡା ରାମଚନ୍ଦ୍ର ପୁର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଉଳ ବୋଝେଇ ୪୦୭ ସହ ବାଇକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ବେଳେ ଆହତଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଟାଟା ଇଲେକ୍ଟ୍ରିକାଲ ଡିଭିଜନ ରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀ କାର୍ଯ୍ୟ ସାରି ମୋଟର ସାଇକେଲ ଯୋଗେ ବ୍ରହ୍ମପୁରାରୁ ବାଙ୍କୀ ଫେରୁଥିବା ବେଳେ ଭେଡା ରାମଚନ୍ଦ୍ର ପୁର ଠାରେ ଥିବା ଏକ ବୁଲାଣି ରାସ୍ତାରେ ଚାଉଳ ବୋଝେଇ ୪୦୭ ସହ ପିଟି ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ୧୦୮ଆମ୍ବୁଲାନ୍ସ କୁ ଫୋନ କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ କୁ ପଠାଯାଇଛି । ମୃତ ବ୍ୟକ୍ତି ଜଣକ ବାଙ୍କୀ ରଣପୁର ଗ୍ରାମର ଘନଶ୍ୟାମ ଦେଉରୀ ହୋଇଥିବା ବେଳେ ଆହତ ଯୁବକ ମନ୍ଦିର ସାହିର ସଞ୍ଜିତ ରଣା ବୋଲି ଜଣାପଡିଛି
Comments are closed.