ଛକା ମାରି ଦ୍ୱିଶତକ ପୂରଣ କଲେ ରୋହିତ
ରାଞ୍ଚି: ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲିଥିବା ତୃତୀୟ ଟେଷ୍ଟରେ ଦ୍ୱିଶତକ ପୂରଣ କରିଛନ୍ତି ଭାରତୀୟ ଓପନର ତଥା ହିଟମ୍ୟାନ ରୋହିତ ଶର୍ମା । ସେ ୨୪୩ବଲରୁ ୨୮ଟି ଚୌକା ଓ ୫ଟି ଛକା ଲଗାଇ ଏହି କୀର୍ତି ଅର୍ଜନ କରିଛନ୍ତି । ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ଦ୍ୱିଶତକ । ପ୍ରଥମ ଟେଷ୍ଟ ମ୍ୟାଚରେ ରୋହିତ ସର୍ବାଧିକ ୧୭୭ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ଛକା ମାରି ଦ୍ୱିଶତକ ପୂରଣ କରିଛନ୍ତି ରୋହିତ । ୨୧୨ ରନ୍ ପୁରଣ କରି ସେ ଆଉଟ ହୋଇଛନ୍ତି ।
ତେବେ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜରେ ରୋହିତ ସର୍ବାଧିକ ୫୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୧୪ ବର୍ଷ ପରେ ଭାରତୀୟ ଓପନର ଭାବେ ସେ ଗୋଟିଏ ସିରିଜରେ ଅଧିକ ରନ୍ ସଂଗ୍ରହ କରି ରେକର୍ଡ ଭାଙ୍ଗିଛନ୍ତି ।
Comments are closed.