ଇଡିରେ ହଜାର ହେଲେ ନାହିଁ କେଜ୍ରିୱାଲ

ଆଜି ଇଡିରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମଦ ନୀତି ମାମଲାରେ ସମନ୍ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ମାମଲା ଉପରେ ଆଜି ନିଜର ବିବୃତ୍ତି ରଖିଥାନ୍ତେ କେଜ୍ରିୱାଲ୍। ଦିନ 11ଟା ବେଳେ ହାଜର ହେବାକୁ ସମନ ପଠାଇଥିଲା ଇଡି।

ସୂଚନା ଅନୁସାରେ, କେଜ୍ରିୱାଲ ଆଜି ଇଡି କାର୍ଯ୍ୟାଳୟ ନଯାଇ ଏକ ରୋଡ୍ ଶୋରେ ଯୋଗଦେବେ। ଆଗକୁ ମଧ୍ୟ ପ୍ରଦେଶ ନିର୍ବାଚନ ଥିବାରୁ ସେ ସେଠାକୁ ପ୍ରଚାର ପାଇଁ ଯିବେ। ଏହା ପୂର୍ବରୁ ସେ ଇଡିକୁ ଚିଠି ଲେଖି ତାଙ୍କୁ ନୋଟିସ୍ ପଠାଇବାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଯଦି କେଜ୍ରିୱାଲ ହାଜିର ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଥିଲା ଦଳ।

ଅନ୍ୟପଟେ ଏହି ମାମଲାରେ ଆଜି ସକାଳେ ଆପର ଆଉ ଜଣେ ମନ୍ତ୍ରୀଙ୍କ ଘରେ ଚଢାଉ କରାଯାଇଛି। ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସଭବନ ସମେତ 9ଟି ସ୍ଥାନରେ ଚଢାଉ କରାଯାଇଛି। ଅନ୍ୟପଟେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ସେମାନେ ଏବେ ଜେଲରେ ଅଛନ୍ତି। ନିକଟରେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ।

Comments are closed.