କେଜ୍ରିୱାଲଙ୍କୁ ଝଟକା, ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ନୂଆଦିଲ୍ଲୀ: ଗୋଟିଏ ପଟେ ଇଡି ପକ୍ଷରୁ ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଡକାଯାଇଥିବା ବେଳେ ଅପରପକ୍ଷେ ତାଙ୍କ ଦଳର ବିଧାୟକଙ୍କ ଘରେ ଚଢ଼ାଉ ମଧ୍ୟ ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଟିମ୍‌ ପହଞ୍ଚିଛି। ସିଭିଲ୍‌ ଲାଇନ୍‌ରେ ଥିବା ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଏହାଛଡ଼ା ମନ୍ତ୍ରୀଙ୍କ ୮ ରୁ ୯ ଠିକଣା ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି।

ମନି ଲଣ୍ଡରିଂ ମାମଲାରେ ରାଜକୁମାର ଆନନ୍ଦଙ୍କ ଘରେ ଚଢ଼ାଉ କରାଯାଇଛି। ମଦ ଦୁର୍ନୀତିକୁ ନେଇ ଇଡି କ୍ରମାଗତ ଭାବରେ ଆମ ଆଦମୀ ଦଳର ନେତା, ବିଧାୟକ ଏବଂ ମନ୍ତ୍ରୀଙ୍କ ଉପରେ ଚଢାଉ କରୁଛି। ମଦ ଦୁର୍ନୀତି ମାମଲାର ମନି ଲଣ୍ଡରିଂ ମାମଲାରେ ସିଏମ୍‌ ଅରବିନ୍ଦ କେଜ୍‌ରିିୱାଲଙ୍କୁ ପଚରାଉଚରା ପାଇଁ କୁହାଯାଇଛି। ଗୁରୁବାର ୧୧ ଟା ସୁଦ୍ଧା ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିପାରନ୍ତି। ଏହାପୂର୍ବରୁ ଏହି ଜାଲିଆତି ମାମଲାରେ ଦଳର ସଞ୍ଜୟ ସିଂ, ଡେପୁଟି ସିଏମ୍‌ ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଜେଲରେ ଅଛନ୍ତି। ନିକଟରେ ଇଡି ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ଚଢ଼ାଉ କରିବା ପରେ ତାଙ୍କୁ ଗିରଫ କରିଥିଲା।

Comments are closed.