ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦାସାହେବ ଫାଲେକ’ ପୁରସ୍କାର

ମୁମ୍ବାଇ,୧ ।୪: ତାମିଲ ଅଭିନେତା ରଜନୀକାନ୍ତଙ୍କୁ ମିଳିବ ଚଳିତବର୍ଷର ଦାଦାସାହେବ ଫାଲେକ ପୁରସ୍କାର । ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି। ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମା ଜଗତର ସବୁଠୁ ପ୍ରତିଷ୍ଠିତ ପୁରସ୍କାର ଭାବେ ଜଣାଯାଏ। କରୋନା ମହାମାରୀ ଯୋଗୁ ଚଳିତ ଥର ସମସ୍ତ ପୁରସ୍କାର ଘୋଷଣା ବିଳମ୍ବରେ କରାଯାଇଛି। କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ରଜନୀକାନ୍ତ ସମ୍ମାନିତ ହେବେ । ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ୫ ଦଶନ୍ଧିର ଫିଲ୍ମ ଦୁନିଆରେ ରାଜ୍ କରୁଛନ୍ତି ଓ ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆୱାର୍ଡ ଘୋଷଣା କରିଛନ୍ତି ।

Comments are closed.