ପୂଅର ଟାଙ୍ଗିଆ ଚୋଟରେ ବାପା ମୃତ, ଅଭିଯୁକ୍ତ ପୂଅ ଫେରାର

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ପୂଅର ଟାଙ୍ଗିଆ ଚୋଟରେ ବାପା ମୃତ।ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମର ସନାତନ ମହନ୍ତ। ଜାଗାବାଡି ଭାଗବଣ୍ଟାକୁ ନେଇ ପୂଅ ତପନ ମହନ୍ତ ଆକ୍ରମଣ କରିଥବା ନେଇ ସୂଚନା ମିଳିଛି । ଅଭିଯୁକ୍ତ ପୂଅ ତପନ ମହନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଜାଗାବାଡି ଭାଗବାଣ୍ଟିବାକୁ ନେଇ ପୂର୍ବରୁ ପୂଅ ତପନ ମହନ୍ତ ବହୁବାର ବାପା ସନାତନ ମହନ୍ତ ସହିତ ଝଗଡା ଲାଗିଥିଲା । ତେବେ ସନାତନଙ୍କ ଆଉ ୨ ସନ୍ତାନ ଥିବାରୁ ସେମାନଙ୍କ ପାଠ ପଢାସରିଲେ କିଛିଦିନ ଗଲାପରେ ଜାଗାବାଡି ଭାଗବଣ୍ଟା ହେବ ବୋଲି କହିଥିଲେ ସନାତନ। କିନ୍ତୁ ତପନ ଏହାକୁ ବିରୋଧ କରିବା ସହ ଭାଗବାଣ୍ଟିବାକୁ ଦାବି କରୁଥିଲେ।ତେବେ ଗତକାଲି ରାତି ୧୦ଟାରେ ତପନ ଏକ ଟାଙ୍ଗିଆରେ ବାପା ସନାତନ ମହନ୍ତ ଶୋଇଥିବା ସମୟରେ ଆକ୍ରମଣ କରିଥିଲା। ତାଙ୍କର ମୁଣ୍ଡ ଓ ବେକରେ ଗଭିର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା I ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.