କାଲି ବାହାହେବେ ବରୁଣ-ନତାଶା, ଆଜି ଚାଲିଛି ସଙ୍ଗୀତ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ଆଲିବାଗ୍‌ସ୍ଥିତ ‘ନ ମେନସନ୍ ହାଉସ’ରେ ବାହାହେବାକୁ ଯାଉଛନ୍ତି ବଲିଉଡର ପପୁଲାର୍ କପଲ ଅଭିନେତା ବରୁଣ ଧାୱନ ଓ ଫେସନ୍ ଡିଜାଇନର ନତାଶା ଦଲାଲ । ପିଲାଦିନ ବାନ୍ଧବୀ ନତାଶା ଦଲାଲଙ୍କୁ ଜୀବନ ସାଥୀ କରିବେ ବରୁଣ । ବରୁଣ ଓ ନତାଶା ପରସ୍ପରଙ୍କୁ ସ୍କୁଲ ସମୟରୁ ଜାଣିଛନ୍ତି । ସ୍କୁଲ ସରିବା ପରେ ବହୁ ବର୍ଷର ବ୍ୟବଧାନ ପରେ ଉଭୟ ଏକ ମ୍ୟୁଜିକ କନସର୍ଟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ବାହାଘରରେ ବଲିଉଡର ବହୁ କଳାକାର ଅତିଥି ଭାବେ ଯୋଗ ଦେବାନେଇ ଚର୍ଚ୍ଚା ଜୋରଧରିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି ।

ତେବେ ପୂର୍ବରୁ ଦୁହେଁ ୨୦୨୦ ରେ ବିବାହ କରିବାକୁ ଯାଉଥିଲେ, କିନ୍ତୁ କରୋନା ଭାଇରସ୍ ଏବଂ ଲକଡାଉନ୍ ଯୋଗୁଁ ଏହି ବିବାହ ୨୦୨୧କୁ ଘୁଞ୍ଚାଗଲା । ବର୍ତ୍ତମାନ ଯେତେବେଳେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି, ସେତେବେଳେ ସମସ୍ତଙ୍କ ନଜର ତାଙ୍କ ବାହାଘର ଉପରେ ରଖିଛି । ମହାମାରୀ କରୋନା କାରଣରୁ ବରୁଣ ଓ ତାଙ୍କ ଭାବି ପତ୍ନୀ ସେମାନଙ୍କ ବିବାହକୁ ମାତ୍ର ଅଳ୍ପ କେଇ ଜଣ ଅତିଥିଙ୍କୁ ଡାକିବାର ନିଷ୍ପତ୍ତି ନେଇଛନ୍ତି। ବରୁଣ-ନତାଶା ବିବାହ ଫଟୋ ଲିକ୍ ନ ହେବା ଓ ଦମ୍ପତିଙ୍କ ଗୋପନୀୟତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ବିବାହ ସ୍ଥାନରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ବହୁ ପରିମାଣରେ କ୍ୟାମେରା ଏବଂ ଲୋକଙ୍କ ଉପସ୍ଥିତି ଦେଖି ଧୱନ ଏବଂ ଦଲାଲଙ୍କ ପରିବାର ପକ୍ଷରୁ ମିଶି ଏହି ଖାସ୍ ବ୍ୟବସ୍ଥା କରାଯାଇଛି ।

Comments are closed.